ଏକ ଭାଷା, ବହୁ ରୂପ

ଓଡ଼ିଆ ସାହିତ୍ୟ

ଏକ ଭାଷା, ବହୁ ରୂପ
ଆମ ରାଇଜରୁ ଅନେକ ପ୍ରକାର ମୀନ, ପାନ ଆଉ ଧାନ ବିକ୍ରି ପାଇଁ ଯାଇ ବିଭିନ୍ନ ରାଜ୍ୟକୁ ଆଣଂତି ଧନ, ସମ୍ମାନ ସେହି ରାଜ୍ୟରେ ଶବ୍ଦଗୁଡ଼ିକର ନାନା ପ୍ରକାର ବନାନ ହୁଏ ବୋଲି କିଆଁ ଏତେ ଚିଂତିତ ଏଠାକାର ଜ୍ଞାନୀଗଣ ? ଉଚ୍ଚାରଣ ଆଉ ବନାନ ଭିନ୍ନତା ଭାଷା ପାଇଁ ସାଧାରଣ ଭାବ ବୁଝୁଥିଲେ ଅନାବଶ୍ୟକ ଲୋକଭାଷା ନିୟଂତ୍ରଣ ନିଜ ରୁଚି ଆଉ ଦକ୍ଷତାନୁସାରେ ଯାହା ଯେତେ ପ୍ରୟୋଜନ ଭାଷା ବ୍ୟବହାର କରି ଚଳୁଥାଂତି ସବୁ ଭାଷାଭାଷୀଗଣ ଜ୍ଞାନୀଂକ ମେଳରେ ତର୍କବିତର୍କ କରୁଥାଂତୁ ଜ୍ଞାନୀଜନ ଲୋକଭାଷା ଅଟେ ମୂଳରୁ ସ୍ବାଧୀନ ଭାଷାଶ୍ରୟୀ ବ୍ୟାକରଣ ଭାଷାକୁ କରିଲେ ବ୍ୟାକରଣାଶ୍ରିତ ଥମିଯାଏ ପ୍ରଚଳନ ଭାଷା ପ୍ରତି ଭୟ ପଶିଲେ ମନରେ ଲୋକେ କରଂତି ବର୍ଜନ

What's Your Reaction?

like

dislike

love

funny

angry

sad

wow